ଝାଡଖଣ୍ଡ: ଝାଡଖଣ୍ଡର ହେମନ୍ତ ସୋରେନ ସରକାର ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି । ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସୋରେନଙ୍କ ପକ୍ଷରେ ୪୮ ଖଣ୍ଡ ଭୋଟ ଆସିଛି । ଏହି ସମୟରେ ବିଜେପି ସଦସ୍ୟ ସଦନ ଛାଡି ଚାଲି ଯାଇଥିଲେ । ବିଧାନସଭାରେ ଧ୍ୱନି ମତରେ ବିଶ୍ୱାସ ପ୍ରସ୍ତାବ ପାରିତ ହୋଇଛି । ଏହି ସମୟରେ ହେମନ୍ତ ସୋରେନଙ୍କ ସପକ୍ଷରେ ୪୮ ଭୋଟ ପଡିଥିବାବେଳେ ବିପକ୍ଷ ସପକ୍ଷରେ ଗୋଟିଏ ବି ଭୋଟ ଆସିନଥିଲା । ବିଶ୍ୱାସମତ ପ୍ରସ୍ତାବ ଉପସ୍ଥାପନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ, ବିପକ୍ଷ ଲୋକତନ୍ତ୍ରକୁ ନଷ୍ଟ କରିଦେଇଛି ।