ଚଣ୍ଡିଗଡ : ପଞ୍ଜାବ ମୋହାଲିରେ ଘଟିଛି ଏହି ଅଭାବନୀୟ ଘଟଣା । ମେଲଣ ଦୋଳିରେ ବସି ଝୁଲୁଥିବା ବେଳେ ଘଟିଲା ଅଘଟଣ । ୫୦ ଫୁଟ ଉଚ୍ଚତାରୁ ଖସିପଡିଲା ଦୋଳି । ଫଳରେ ୫୦ ଜଣ ଆହତ ହୋଇଥିବା ବେଳେ କେହି ମୃତହାତ ହୋଇନଥିବା ସୂଚନା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବରେ ମୋହାଲିରେ ଏକ ମେଲଣ ଚାଲିଥିବା ବେଳେ ଆୟୋଜକଙ୍କୁ ୪ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ରହିଥିଲା । କିନ୍ତୁ ଏହାକୁ ୧୧ ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା । ମେଲଣରେ ଦୋଳି ସାମିଲ ହୋଇଥିବା ବେଳେ ସେଠାକୁ ବୁଲି ଆସୁଥିବା ଲୋକେ ଦୋଳି ଖେଳୁଥିଲେ । ତେବେ ଏକ ଦୋଳିରେ ଖେଳୁଥିବା ବେଳେ ହଠାତ କୌଣସି କାରଣବସଶତଃ ଦୋଳିଟି ୫୦ ଫୁଟ ଉପରୁ ତଳକୁ ଖସିପଡିଥିଲା । ଫଳରେ ଦୋଳିରେ ବସିଥିବା ୫୦ ଜଣ ଆହତ ହୋଇଥିଲେ । ଏହି ଅଘଟଣ ଯୋଗୁଁ ଯଦି ଆୟୋଜକଙ୍କ ତରଫରୁ କିଛି ଭୁଲ ଥାଏ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ହର୍ଷିମ୍ରାନ ସିଂହ ।