ଦୀନେଶ କାର୍ତ୍ତିକଙ୍କ ସମର୍ଥନରେ ବାହାରିଲେ ଗାଭାସ୍କର

କାର୍ତ୍ତିକଙ୍କୁ କାହିଁକି ବାଦ ଦିଆଗଲା ତାହା ବୁଝିବା ବି ମୁସ୍କିଲ…..

ନୂଆଦିଲ୍ଲୀ : ଏସିଆ କପ ୨୦୨୨ର ସୁପର ଫୋମୁକାବିଲାରେ ଭାରତୀୟ ଦଳ ଚୟନକୁ ନେଇ ଉଠିଛି ପ୍ରଶ୍ନ । ପାକିସ୍ତାନ ଠାରୁ ପରାଜିତ ହେବା ପରେ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ସେ କହିଛନ୍ତି, କାର୍ତ୍ତିକଙ୍କୁ କାହିଁକି ଦଳରୁ ବାଦର ଦିଆଗଲା ତାହା ବୁଝା ପଡିଲାନି । ଗାଭାସ୍କର କହିଛନ୍ତି କାର୍ତ୍ତିକଙ୍କୁ ଦଳ ଜଣେ ଶ୍ରେଷ୍ଠ ଫିନିସର୍ର ଭାବିନେଇଛିଫ କିନ୍ତୁ ବଡ ମ୍ୟାଚରେ ତାଙ୍କୁ ଦଳରେ ସାମିଲ କରାଯାଉ ନାହିଁ ।

ତେଣୁ ଏଭଳି ଚୟନ ନିହାତି ଭାବେ ଆଶ୍ଚର୍ଯ୍ୟ କରୁଛି । କାର୍ତ୍ତିକଙ୍କୁ କାହିଁକି ବାଦ ଦିଆଗଲା ତାହା ବୁଝିବା ବି ମୁସ୍କିଲ । ଜାଡେଜାଙ୍କ ଆଣ୍ଠୁ ସମସ୍ୟା କାରଣରୁ, ଋଷଭ ପନ୍ତଙ୍କୁ ଦଳରେ ସାମିଲ କରିବା ପାଇଁ ଦିନେଶ କାର୍ତ୍ତିକଙ୍କୁ ଦଳରୁ ବାଦ ଦିଆଯାଇଥିଲା । ବାମ ହାତୀ ଏବଂ ଡାହାଣ ହାତୀ ସଂଯୋଗ ପାଇଁ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ପାକିସ୍ତାନ ଏବଂ ହଂକଂ ବିପକ୍ଷ ମ୍ୟାଚରେ ଦଳର ସଦସ୍ୟ ଥିବା ଜାଡେଜା କିନ୍ତୁ ସୁପର୍‌-୪ରୁ ବାଦ ପଡିଥିଲେ ।