ବିସିସିଆଇର ନୂଆ ଟାଇଟଲ ସ୍ପନସର ମାଷ୍ଟରକାଡ

ପେଟିଏମ୍‌ ପାଖାପାଖି ୭ ବର୍ଷ ପର୍ଯ୍ୟନ୍ତ ଟାଇଟଲ ସ୍ପନସର ରହିଥିଲା……

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଟାଇଟଲ ସ୍ପନସର ହୋଇଛି ମାଷ୍ଟରକାର୍ଡ । ପୂର୍ବରୁ ଟାଇଟଲ ସ୍ପନସର ଥିବା ପେଟିଏମ ଏହି ଦାୟିତ୍ୱରୁ ହଟିଯାଇଛି । ଆଗକୁ ଭାରତରେ ବିସିସିଆଇ ଦ୍ୱାରା ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ ସହିତ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଟାଇଟଲ ସ୍ପନସର ଭାବେ କାର୍ଯ୍ୟ କରିବ ମାଷ୍ଟରକାର୍ଡ । ତେବେ ଏହି ଡିଲକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଖୁସି ବ୍ୟକ୍ତ କରିଛନ୍ତି ।

ଉଭୟ ପୁରୁଷ ଓ ମହିଳାଙ୍କ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚର ଟାଇଟଲ ସ୍ପନସର ରହିବ ମାଷ୍ଟରକାର୍ଡ । ପେଟିଏମ୍‌ ପାଖାପାଖି ୭ ବର୍ଷ ପର୍ଯ୍ୟନ୍ତ ଟାଇଟଲ ସ୍ପନସର ରହିଥିଲା । ଭାରତରେ ଅନ୍ତରାଷ୍ଟ୍ରୀୟ ଓ ଘରୋଇ କ୍ରିକେଟ ମ୍ୟାଚର ଟାଇଟଲ ସ୍ପନସର ପାଇଁ ୨୦୧୯ରେ ପେଟିଏମ ସହିତ ବିସିସିଆଇ ୪ ବର୍ଷ ଡିଲ ବୃଦ୍ଧି କରିଥିଲା ।