ବଲିଉଡ ବଏକଟ ଟ୍ରେଣ୍ଡକୁ ନେଇ ପ୍ରତିକ୍ରିୟା ଦେଲେ ମୃଣାଳ

ଦର୍ଶକ ଆଜିକାଲି ଏକାଭଳି କଥା ଦେଖିବାକୁ ଚାହୁଁନାହାନ୍ତି….

ମୁମ୍ବାଇ: ବଲିଉଡ ଷ୍ଟାର ମାନଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଛି । ବୟକଟ୍‌? ଏହି ସ୍ଥିତିରେ ଯଦି କୌଣସି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଯାଉଛି, ତେବେ କଳାକାର ଖୁସିରେ ଆତ୍ମହରା ହୋଇପଡ଼ୁଛନ୍ତି । ଅଭିନେତ୍ରୀ ମୃଣାଳ ଠାକୁରଙ୍କ କ୍ଷେତ୍ରରେ ଠିକ ସେହିଭଳି ହୋଇଛି । ବର୍ତ୍ତମାନର ଜଟିଳ ସମୟରେ ତାଙ୍କ ଅଭିନୀତ ତେଲୁଗୁ ରୋମାନ୍ସ ଡ୍ରାମା ‘ସୀତା ରାମମ’ ବେଶ ଭଲ ପ୍ରଦର୍ଶନ କରୁଛି । ସେ କହନ୍ତି ‘ମାମଲା କେବଳ ବକ୍ସ-ଅଫିସ୍‌ର ନୁହେଁ । ଲୋକେ ଫିଲ୍ମକୁ ବାସ୍ତବରେ ଭଲପାଉଛନ୍ତି । ଆମ ଜୀବନର ଅଭିନ୍ନ ଅଂଶ ହେଉଛି ରୋମାନ୍ସ ।

ମୋତେ ଲାଗୁଛି ରୋମାଣ୍ଟିକ୍‌ ଫିଲ୍ମ ନିର୍ମାଣ ବନ୍ଦ ହୋଇଯାଇଛି । ମୋ ସୀତା ଚରିତ୍ରକୁ ଯେ କେହି ଭଲପାଇ ବସିବ ବୋଲି ସାଉଥ ସୁପର୍‌ଷ୍ଟାର ନାଗାର୍ଜୁନ କହିଛନ୍ତି । ଦର୍ଶକ ଆଜିକାଲି ଏକାଭଳି କଥା ଦେଖିବାକୁ ଚାହୁଁନାହାନ୍ତି । ମୁଁ ଉଭୟ ହିନ୍ଦୀ ଓ ସାଉଥ ଫିଲ୍ମରେ କାମ କରୁଛି । ବର୍ତ୍ତମାନ ଚାଲିଥିବା ବୟକଟ ବଲିଉଡ ସ୍ଲୋଗାନ ବିଷୟରେ ମୃଣାଳ କହିଛନ୍ତି ‘ଭଲ କାମ କରୁଥାଅ, ଲୋକେ ଆସିବେ ଓ ଦେଖିବେ ।