ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ କ୍ରେଜ ଓଟିଟି ପ୍ରତି ବୃଦ୍ଧି ପାଉଥିବା ଦେଖାଯାଇଛି । ଏହି ପ୍ଲାଟଫର୍ମରେ ସୁସ୍ମିତା ସେନ ଓ ରବିନା ଟଣ୍ଡନ ତାଙ୍କ ଜଲୱା ଦେଖାଇ ସାରିଥିବା ବେଳେ ଏବେ କାଜଲ ଓଟିଟି ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି । କିଛି ସମୟ ପୂର୍ବରୁ ଏହାର ଘୋଷଣା ହୋଇଥିବା ବେଳେ ତାଙ୍କ ପ୍ରୋଜେକ୍ଟକୁ ନେଇ କିନ୍ତୁ କୌଣସି ଅପଡେଟ ମିଳିପାରି ନାହିଁ । ଏସବୁ ମଧ୍ୟରେ କାଜଲଙ୍କ ଲୁକ ସାମ୍ନାକୁ ଆସିଛି । କାଜଲ ୱେବସିରିଜ ‘ଦ ଗୁଡ ୱାଇଫ’ ସହ ଡିଜିଟାଲ ୱାର୍ଲଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ୱେବ ସିରିଜରେ କାଜଲଙ୍କ ଲୁକ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହି ୱେବ ସିରିଜରେ କାଜଲ ଜଣେ ଓକିଲ ଭୂମିକାରେ ନଜର ଆସିବେ ।