ମହାମାୟାଙ୍କର ଭସାଣ ଉତ୍ସବ: ଟ୍ୱିନ୍ ସିଟିରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ବିଦାୟ ନେବେ ମାଆ ଦେବୀ ଦୁର୍ଗା। ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ମାଆଙ୍କର ବିସର୍ଜନ ଶୋଭାଯାତ୍ରା ଦୁଇବର୍ଷର କରୋନା କଟକଣା ପରେ ଏଥର ହେବ। ବିସର୍ଜନ ଶୋଭାଯାତ୍ରା ପାଇଁ ଟ୍ୱିନ-ସିଟିରେ କମିଶନରେଟ ପୁଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି।

ସେହିପରି, ଅସ୍ଥାୟୀ ପୋଖରୀ ବିସର୍ଜନ ପାଇଁ କରାଯାଇଛି। ଭସାଣ ପାଇଁ ଭୁବନେଶ୍ୱରରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜଧାନୀରେ ଭସାଣ ଉତ୍ସବ ପାଇଁ ୩ ଜଣ ଅତିରିକ୍ତ ଡିସିପି ଦାୟିତ୍ୱରେ ରହିବେ ।

ସୂଚନାନୁଯାୟୀ, ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ । ଭୁବନେଶ୍ୱରରେ ଭସାଣି କମିଟି ମାନଙ୍କ ପାଇଁ ସ୍ୱତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ସ୍ଥିତି ଉପରେ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।