ଉପବାସ ରହୁଛନ୍ତି କି! ଜାଣି ନିଅନ୍ତୁ ଭୋଜନ କୁ ହଜମ କରୁଥିବା ଯନ୍ତ୍ର ବିଷୟରେ

ବୁଦ୍ଧିମାନ ମାନବ ଏତିକି ବି ବୁଝିପାରୁନାହିଁ ଯେ ଖାଦ୍ୟ ଯଦି..

ଅନୁଭବର ଆଧାରରେ ପ୍ରତ୍ୟେକ ବ୍ୟକ୍ତି କାମ କରିବା ପରେ ବିଶ୍ରାମ କରିବା ଉଚିତ । କିନ୍ତୁ ଶରୀରକୁ ହୁଏତ ବିଶ୍ରାମ ମିଳୁଛି କିନ୍ତୁ ଥରେ ଚିନ୍ତା କରନ୍ତୁତ ଭୋଜନ କୁ ହଜମ କରୁଥିବା ଯନ୍ତ୍ରକୁ କେବେ ବିଶ୍ରାମ ମିଳୁଛି ? ବିଶ୍ରାମ କରିବା ଦ୍ୱାରା ଯେପରି କାମ କରିବାର ଶକ୍ତି ସ୍ୱୟଂ ଆସିଥାଏ, ସେହିପରି ଉପବାସ କରିବା ଦ୍ୱାରା ପାଚକ ଯନ୍ତ୍ରକୁ ବି ଶକ୍ତି ପ୍ରାପ୍ତ ହୋଇଥାଏ ।

କିନ୍ତୁ ଅଭାଗା ମାନବ ଭୋଜନ ପ୍ରତି ଆସକ୍ତି କାରଣରୁ ପାଚକ ଯନ୍ତ୍ରକୁ କେବେବି ବିଶ୍ରାମ ଦେଇନଥାଏ । ଏଥିପାଇଁ ପ୍ରକୃତି ବିଶ୍ରାମ ପାଇଁ ରୋଗର ଉତ୍ପତ୍ତି କରିଥାଏ । ତଥାପି ଯଦି ଆମେ ଖାଇବା ବନ୍ଦ ନକରୁ ତେବେ ତେବେ ପାଚକ ଯନ୍ତ୍ର ସ୍ୱତଃ ତା କାମ ବନ୍ଦ କରିଦେଇଥାଏ । ସେତବେଳେ ଲୋକ କହିଥାନ୍ତି କି ଆଉ ଖାଇ ହେଉନାହିଁ, ଯାହା ଖାଉଛୁ ତାହା ଆଉ ହଜମ ହେଉନାହିଁ ।

କିନ୍ତୁ ବୁଦ୍ଧିମାନ ମାନବ ଏତିକି ବି ବୁଝିପାରୁନାହିଁ ଯେ ଖାଦ୍ୟ ଯଦି ହଜମ ହେଉନାହିଁ ତେବେ ମୁଁ ଖାଉଛି କାହିଁକି ? ଖାଇବା ବନ୍ଦ କରିଦିଅନ୍ତୁ ଆଉ ଛାଡିଦିଅନ୍ତୁ ନିଜକୁ ପ୍ରକୃତି ମାତାର କୋଳରେ । ମାତାର ସ୍ତନରୁ ଦୁଧ ପିଇବାରେ ଯେଉଁ ସୁଖ ଛୁଆଙ୍କୁ ମିଳିଥାଏ, ତାଠାରୁ ଅନେକ ଗୁଣ ସୁଖ ପ୍ରକୃତି ମାଆର କୋଳରେ ବିଶ୍ରାମ କରିବା ଦ୍ୱାରା ମିଳିଥାଏ ।

ରୋଗ ଭୋଜନକୁ ଖାଇ ପୁଷ୍ଟ ହୋଇଥାଏ । ଉପବାସ ରୋଗକୁ ଖାଇ ଶରୀରକୁ ପୁଷ୍ଟ କରିଥାଏ । ଉପବାସ ସମସ୍ତ ରୋଗର ମୂଳକୁ କାଟିବାର କୁରାଢ଼ୀ ଅଟେ । ରୋଗ ଭୋଜନ ବିନା ବଞ୍ଚିପାରିବ ନାହିଁ, ଜୀବନ ଉପବାସ ବିନା ମିଳିବ ନାହିଁ । ଏଥିପାଇଁ ଜୀବନକୁ ସୁଖ ଶାନ୍ତିରେ ବିତାଇବା ପାଇଁ ଉପବାସ ଅତି ଆବଶ୍ୟକ ଅଟେ ।