କେନ୍ଦୁଝର ନିଖିଳ ଓଡିଶା ଲେଡି ମେଟ୍ରୋନ ମହାସଂଘ ଶାଖା ପକ୍ଷରୁ ବିକ୍ଷୋଭ
ଯଦି ଦାବି ପୂରଣ ନ ହେଲେ ସମସ୍ତ ମେଟ୍ରୋନ ମାନେ ସମସ୍ତ ହଷ୍ଟେଲ ଛାଡିବା….
କେନ୍ଦୁଝର : କେନ୍ଦୁଝର ଜିଲାପାଳ ଙ୍କ ଅଫିସ ଆଗରେ ନିଖିଳ ଓଡିଶା ଲେଡି ମେଟ୍ରୋନ ମହାସଂଘ କେନ୍ଦୁଝର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳ ଙ୍କ ଅଫିସ ଆଗରେ କଲେ ବିକ୍ଷୋଭ । ଏନେଇ ଓଡିଶା ଲେଡି ମେଟ୍ରୋନ ମହାସଂଘ କେନ୍ଦୁଝର ଶାଖା ପକ୍ଷରୁ ଏକ ରେଲି ସହର ପରିକ୍ରମା କରିଥିଲେ।
ସଂଘର ବିଭିନ୍ନ ଦାବି ମଧ୍ୟରେ ମେଟ୍ରୋନ ମାନେ ୨୪ଘଣ୍ଟା କାମ କରିବା ସହ ଦୀର୍ଘ ୭ ବର୍ଷ ଚାକିରୀ କରିଥିବାରୁ ତାଙ୍କୁ ସ୍ଥାୟୀ ଚାକିରୀ ମାନ୍ୟତା ଦେବା ସହ ଦରମା ବୃଦ୍ଧି କରିବା ଏବଂ ସରକାରୀ ଗୃହ ଦେବା ନେଇ ଦାବି କରିଛନ୍ତି । ଯଦି ଦାବି ପୂରଣ ନ ହେଲେ ସମସ୍ତ ମେଟ୍ରୋନ ମାନେ ସମସ୍ତ ହଷ୍ଟେଲ ଛାଡିବା ସହ ଦାବି ପୂରଣ ନେଇ ରାଜରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ମାନେ!