ଡକ୍ଟର ସର୍ଦାର ବହ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତି ଭୋଇ….
ବୌଦ୍ଧ : ୨୯ା୧୦ – ଆଜି ଡ. ସର୍ଦ୍ଦାର ବହ୍ଲଭ ଭାଇ ପଟେଲଙ୍କ ଅକ୍ଟୋବର ୩୧ ତାରିଖରେ ହେବାକୁଥିବା ଜନ୍ମଦିନ ଉପଲକ୍ଷେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ବିଭିନ୍ନତା ମଧ୍ୟରେ ଏକତା ବାର୍ତା ଦେଇ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା ।
କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତି ଭୋଇ,ଅକ୍ଷୟ କୁମାର ପ୍ରଧାନ,ଶିବାନନ୍ଦ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ଉପଲକ୍ଷେ ୩୧ ଅକ୍ଟୋବର ଦିନ ରାଷ୍ଟ୍ରୀୟ ଏକତା ପର୍ବ ଏକତା ପାଇଁ ଗଣଦୌଡ ପ୍ରଭୃତି ଅନୁଷ୍ଠିତ ହେବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ ସୂଚନା ଦେଇଛନ୍ତି ।