ନୂଆଦିଲ୍ଲୀ: ନିକଟରେ ମୁକ୍ତିଲାଭ କରିଥିବା ‘ମିଲି’ ଚଳଚ୍ଚିତ୍ରର ପ୍ରମୋସନ୍ ପାଇଁ ଦିଲ୍ଲୀର ଗୋଟିଏ ସିନେମା ହଲକୁ ଯାଇଥିଲେ ଅଭିନେତ୍ରୀ ଜାହ୍ନବୀ କପୁର । ତେବେ ସିନେପ୍ରେମୀଙ୍କ ଆଖି ଖୋସି ହୋଇଗଲା ଜାହ୍ନବୀଙ୍କୁ ଏକ ପପ୍କର୍ନ କାଉଂଟରରେ ଦେଖି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜାହ୍ନବୀ ପପ୍କର୍ନ କାଉଂଟରରେ ଠିଆ ହୋଇ ସିନେପ୍ରେମୀଙ୍କୁ ପପ୍କର୍ନ ବିତରଣ କରୁଥିଲେ । ମଝିରେ ମଝିରେ କହୁଥିଲେ, ମୋ ପାଖରେ ଗୋଟିଏ ବ୍ରାଣ୍ଡ୍ର ମାଲ ଅଛି ।
ତଥାପି କେଜାଣି କାହିଁକି ଆପଣମାନଙ୍କୁ ପଚାରି ଦେଉଛି କୋଉ ବ୍ରାଣ୍ଡ୍ର ଦେବି ବୋଲି । କାଉଂଟର ନିକଟରେ ଜାହ୍ନବୀଙ୍କୁ ଦେଖି ଦର୍ଶକଙ୍କ ଭିଡ଼ ଜମିଗଲା । ଇଛା ନଥିଲେ ବି କିଛି ଦର୍ଶକ ଜାହ୍ନବୀଙ୍କ ହାତରୁ ପପ୍କର୍ନ ପାଇ ନିଜକୁ ଭାଗ୍ୟବାନ୍ ମଣୁଥିଲେ ।
ହାତଗଣତି ଚଳଚ୍ଚିତ୍ର ଦେଇଥିଲେ ମଧ୍ୟ ଷ୍ଟାର୍ ଡଟର୍ କାରଣରୁ ଜାହ୍ନବୀଙ୍କର ପ୍ରଶଂସକଙ୍କ ସଂଖ୍ୟା କିଛି କମ୍ ନାହିଁ । ସବୁଜ ଶାଢ଼ୀ ପରିହିତା ଜାହ୍ନବୀ ବେଶ ଚମକୁଥିଲେ । ‘ମିଲି’ରେ ତାଙ୍କ ସହିତ ଦମଦାର୍ ଭୂମିକାରେ ଅଛନ୍ତି ମନୋଜ ପାୱା ଓ ସନ୍ନି କୌଶଲ । ମାଲାୟଲମ ଚଳଚ୍ଚିତ୍ର ‘ହେଲେନ୍’ ହିନ୍ଦି ରିମେକ୍ ହେଉଛି ‘ମିଲି’ । ଚଳଚ୍ଚିତ୍ରଟିର ପ୍ରଯୋଜକ ଅଛନ୍ତି ତାଙ୍କ ବାପା ବୋନି କପୁର ।