ଭୁବନେଶ୍ୱର: କୁହୁଡି ଚାଦର ତଳେ ରାଜଧାନୀ ଏବଂ କଟକ ସହର । ରାଜ୍ୟରେ କିଛିଦିନ ହେଲାଣି ଶୀତର ମାତ୍ରା କମ ଥିବା ବେଳେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ, ୫୦ମିଟର ଦୂରତ ଦେଖାଯାଉନି । ମାତ୍ରାଧିକ କୁହୁଡ଼ି ଯୋଗୁ ରାସ୍ତାରେ ବିନା ଲାଇଟରେ ଗାଡି ଚଲାଇବା ଅସମ୍ଭବ ହୋଇ ପାଡିଛି ।
ସେପଟେ ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଅର୍ଦ୍ରାତା ପାଇଁ କୁହୁଡି ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଦେଖିବାକୁ ଗଲେ ରାଜ୍ୟରେ ମକର ସଂକ୍ରାନ୍ତି ପରଠାରୁ ଅତ୍ୟଧିକ କୁହୁଡ଼ି ଦେଖାଯାଏ । ହେଲେ ବର୍ତ୍ତମାନ ଏପରି କୁହୁଡ଼ି ଆସ୍ତରଣ ହୋଇଛି ଯାହା ଫଳରେ ଗାଡ଼ିଚଳାଚଳରେ ବାଧାପ୍ରାପ୍ତ ଘଟିଛି ।