ଭୁବନେଶ୍ୱର: ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଥିବା ବେଳେ ଏବେ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରାରେ ବୃଦ୍ଧି ଘଟିବ । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱରରେ ରାତିର ତାପମାତ୍ରା ୧୨.୪ ଡିଗ୍ରୀ ରହିଥିବାବେଳେ ଗତ ୩ ଦିନ ହେବ ଭୋର ସମୟରେ କୁହୁଡ଼ି ଦେଖିବାକୁ ମିଳୁଛି । ସେହିଭଳି କଟକ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ଜଗତ୍ସିଂହପୁର, ଗଂଜାମ ଓ କନ୍ଧମାଳରେ କୁହୁଡ଼ି ଦେଖାଦେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।