ମକର ସଂକ୍ରାନ୍ତି: ବିଛା ସମେତ ଚାରିଟି ରାଶିର ଭାଗ୍ୟ ବଦଳିବ

ବ୍ୟବସାୟ ପୂର୍ବାପେକ୍ଷା ଭଲ ହେବ….

ଜାନୁଆରୀ ୧୪ ତାରିଖରେ ସୂର୍ଯ୍ୟ ଧନୁରାଶିରୁ ମକର ରାଶିକୁ ଚଳନ କରୁଛନ୍ତି । ପୂର୍ବରୁ ମକର ରାଶିରେ ଶୁକ୍ର ଓ ଶନି ଅବସ୍ଥାନ କରୁଛନ୍ତି । ସୂର୍ଯ୍ୟଙ୍କ ପ୍ରବେଶ ଫଳରେ ତିନୋଟି ଗ୍ରହ ଏକାଠି ରହୁଛନ୍ତି । ଜ୍ୟୋତିଷଙ୍କ ମତରେ ସୂର୍ଯ୍ୟଙ୍କ ସହିତ ଶୁକ୍ର ଓ ଶନିଙ୍କ ଅବସ୍ଥାନ ଅଶୁଭ । ଦେଶ ଦୁନିଆ ଓ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ । ମାତ୍ର ମେଷ, ସିଂହ, ବିଛା ଓ ମୀନ ରାଶିର ଲୋକଙ୍କ ପାଇଁ ଭଲ ସମୟ ରହିବ ।

ସୂର୍ଯ୍ୟ-ଶନିଙ୍କ ଅଶୁଭ ଯୋଗ: ମକର ମାସରେ ସୂର୍ଯ୍ୟ, ବୁଧ ଓ ଶନିଙ୍କ ଅବସ୍ଥାନ ଶୁଭକାରକ ନୁହେଁ । ସୂର୍ଯ୍ୟ ଓ ଶୁକ୍ର ଗୋଟିଏ ରାଶିରେ ଥିବାରୁ ଅଶୁଭ ଦୃଷ୍ଟି ରହୁଛି । ପରିଣାମ ସ୍ୱରୂପ କିଛି ଲୋକଙ୍କ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବିବାଦର ଆଶଙ୍କା କରାଯାଉଛି । ଅଧିକ ପରିଶ୍ରମ କଲେ ମଧ୍ୟ ଆଶାଜନକ ସଫଳତା ମିଳିବ ନାହିଁ । ଦେଶର ରାଜନୈତିକ ଓ ପ୍ରଶାସନିକ ବାତାବରଣ ଅଶାନ୍ତ ରହିବ । ବାପ-ପୁଅ ସଂପର୍କ ଭଲ ରହିବନି । ରୋଗ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହୁଛି ।

ମେଷ, ସିଂହ, ବିଛା, ମୀନରାଶିକୁ ଅତ୍ୟନ୍ତ ଶୁଭଦୃଷ୍ଟି: ଏହି ରାଶିର ଲୋକଙ୍କ ଉପରେ ଭାଗ୍ୟଦେବୀଙ୍କର ଶୁଭଦୃଷ୍ଟି ପଡ଼ିବାକୁ ଯାଉଛି । ଶତ୍ରୁ ଉପରେ ବିଜୟ କରିପାରନ୍ତି । ଅଟକି ରହିଥିବା ଅର୍ଥ ଆକସ୍ମିକ ମିଳିବ । ବହୁ ପ୍ରତୀକ୍ଷିତ ଯୋଜନାକୁ ସଫଳତାର ସହ ସମ୍ପନ୍ନ କରିବେ । ଜମିବାଡ଼ି ଓ ଆର୍ଥିକ ଦିଗରୁ ଆଶାତୀତ ଫଳ ପାଇବେ । ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ । ବ୍ୟବସାୟ ପୂର୍ବାପେକ୍ଷା ଭଲ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ସମ୍ଭାବନା ରହିଛି ।

ବୃଷ ଓ କନ୍ୟା ରାଶିକୁ ସାମାନ୍ୟ ଶୁଭଦୃଷ୍ଟି: ଏହି ଦୁଇରାଶିର ଲୋକମାନେ ମିଶ୍ରିତ ଫଳ ପାଇବେ । ଅଧିକ ପରିଶ୍ରମ କରି କାମରେ ସଫଳତା ପାଇବେ । ଅଯଥା ଖର୍ଚ୍ଚ ଓ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇପାରନ୍ତି । ଦୈନନ୍ଦିନ କାର୍ଯ୍ୟରେ ବିବାଦୀୟ ପରିସ୍ଥିତିକୁ ସାମ୍ନା କରିପାରନ୍ତି । ଧନଲାଭ ଯୋଗ ଅଛି । ଭାଗ୍ୟଦେବୀଙ୍କ ଶୁଭଦୃଷ୍ଟି କାରଣରୁ କେତୋଟି ମାମଲାରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କୁମ୍ଭ ସମେତ ୬ଟି ରାଶିକୁ ସଂକଟ: ସୂର୍ଯ୍ୟ ରାଶି ବଦଳାଇବା କାରଣରୁ ମିଥୁନ, କର୍କଟ, ତୁଳା, ଧନୁ, ମକର ଓ କୁମ୍ଭରାଶିର ଲୋକଙ୍କ ପାଇଁ କଠିନ ପରୀକ୍ଷାର ସମୟ । ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇ ମାନସିକ ଚାପଗ୍ରସ୍ତ ରହିପାରନ୍ତି । ଏହି ୬ ରାଶିର ଲୋକଙ୍କୁ ହାତେମାପି ଚାଖଣ୍ଡକରେ ଚାଲିବାକୁ ପଡ଼ିବ । ଧନହାନିର ଶିକାର ଓ ସ୍ୱାସ୍ଥ୍ୟପୀଡ଼ା ପାଇପାରନ୍ତି । ନୂତନ କାମ ଆରମ୍ଭ କରନ୍ତୁ ନାହିଁ । କାହାଠାରୁ ଟଙ୍କା କରଜ କରନ୍ତୁ ନାହିଁ । ତରବରିଆ ନିଷ୍ପତି ନେଇ କୌଣସି କାମ କରନ୍ତୁ ନାହିଁ ।

ସୂର୍ଯ୍ୟଙ୍କ ଅଶୁଭ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଅଶ୍ୱତ୍‌ଥ ଓ ମନ୍ଦାର ଗଛରେ ପାଣି ଢାଳନ୍ତୁ । ଶୁଭଫଳ ପାଇବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ । ତମ୍ବାପାତ୍ରରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜଳଦାନ କରନ୍ତୁ । ମିଶ୍ରିତ ଫଳ ପାଇବାକୁ ଯାଉଥିବା ରାଶିର ଲୋକମାନେ ପାଣିରେ ଲାଲଚନ୍ଦନ ମିଶାଇ ସୂର୍ଯ୍ୟଙ୍କ ଅର୍ଘ୍ୟ ଦିଅନ୍ତୁ । ସୂର୍ଯ୍ୟଙ୍କୁ ଲାଲଫୁଲ ଅର୍ପଣ କରନ୍ତୁ ।