ଗୁପ୍ତଚରଗିରି: ଅର୍ଥ ମନ୍ତ୍ରଣାଳୟର ଜଣେ କର୍ମଚାରୀ ଗିରଫ
ଅଭିଯୁକ୍ତଙ୍କ ନାମ ସୁମିତ ଓ ସେ ଅର୍ଥ ମନ୍ତ୍ରଣାଳୟର ଜଣେ ଠିକା କର୍ମଚାରୀ….
ନୂଆଦିଲ୍ଲୀ: ଗୁପ୍ତଚରଗିରି ଅଭିଯୋଗରେ ଅର୍ଥ ମନ୍ତ୍ରଣାଳୟର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଶୁଣିବାକୁ ମିଳିଛି, ଟଙ୍କା ବଦଳରେ ସଂପୃକ୍ତ କର୍ମଚାରୀ ଏକାଧିକ ଦେଶକୁ ଅର୍ଥ ସଂପର୍କୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉ ଥିଲେ । ଅଭିଯୁକ୍ତଙ୍କ ନାମ ସୁମିତ ଓ ସେ ଅର୍ଥ ମନ୍ତ୍ରଣାଳୟର ଜଣେ ଠିକା କର୍ମଚାରୀ । ଅଫିସରେ ବସି କାମ କରୁଥିବା ସମୟରେ ସେ ସନ୍ଦିଗ୍ଧ କାର୍ଯ୍ୟକଳାପରେ ବ୍ୟସ୍ତ ରହୁଥିଲେ ।
ସୁମିତଙ୍କଠାରୁ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି । ପୁଲିସ ସୂଚନା ମୁତାବକ ସେହି ଫୋନରୁ ସୁମିତ ଦେଶବିରୋଧୀ କାର୍ଯ୍ୟ କରୁଥିଲା । ଅଭିଯୁକ୍ତଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି । କେତେ ଦିନ ଧରି ସୁମିତ ବିଦେଶୀ ରାଷ୍ଟ୍ର ପାଇଁ ଗୁପ୍ତଚରଗିରି କରୁଥିଲା । କୋଉ ଦେଶକୁ କି ତଥ୍ୟ ପ୍ରଦାନ କରିଛି । ସେସବୁ ବିଷୟରେ ତଦନ୍ତ କରୁଛି ପୁଲିସ ।