ମହାରାଷ୍ଟ୍ର, ମୁମ୍ବାଇର ଗୁନ୍ଦଭଲି ମେଟ୍ରୋ ଷ୍ଟେସନରୁ ମୋଗ୍ରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ମେଟ୍ରୋ ରେଳ ଯାତ୍ରା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁନ୍ଦଭଲି ମେଟ୍ରୋ ଷ୍ଟେସନରୁ….
ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀସ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ମେଟ୍ରୋ ଯାତ୍ରା କରୁଛନ୍ତି ।’’
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋ ରେଳ ଲାଇନ ୨ଏ ଓ ୭କୁ ଲୋକାର୍ପିତ କରିବା ସହ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ପୁନଃବିକାଶ ଓ ସାତଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ୨୦ଟି ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକରେ ଆପଲା ଦୱାଖାନା ଉଦଘାଟନ କରିବା ସହ ମୁମ୍ବାଇରେ ପ୍ରାୟ ୪୦୦ କିଲୋମିଟର ରାସ୍ତାକୁ କଂକ୍ରିଟ କରିବା ପାଇଁ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ମୁମ୍ବାଇ ୧ ମୋବାଇଲ ଆପ୍ ଓ ନ୍ୟାସନାଲ କମନ ମୋବିଲିଟି କାର୍ଡ (ମୁମ୍ବାଇ ୧)ର ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ଯାତ୍ରାକୁ ସହଜ କରିବ । ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ୱାରରେ କାର୍ଡ ଦେଖାଇ ସହଜରେ ପ୍ରବେଶ କରିବା ସାଙ୍ଗକୁ ୟୁପିଆଇ ମାଧ୍ୟମରେ ଟିକେଟ କିଣିବା ପାଇଁ ଡିଜିଟାଲ ପଇଠ କରାଯାଇପାରିବ । ପ୍ରାରମ୍ଭିକ ଭାବେ ନ୍ୟାସନାଲ କମନ ମୋବିଲିଟି କାର୍ଡ (ମୁମ୍ବାଇ ୧) ମେଟ୍ରୋ କରିଡରରେ ବ୍ୟବହାର କରାଯିବ, ପରେ ଏହାକୁ ସ୍ଥାନୀୟ ଟ୍ରେନ ଏବଂ ବସ ଭଳି ସାର୍ବଜନୀନ ପରିବହନରେ ବ୍ୟବହାର କରାଯାଇପାରିବ । ଯାତ୍ରୀମାନେ ବିଭିନ୍ନ ପ୍ରକାର କାର୍ଡ କିମ୍ବା ନଗଦ ଟଙ୍କା ଧରି ଯିବାଆସିବା କରିବା ଆବଶ୍ୟକ ନାହିଁ । ଏନସିଏମସି କାର୍ଡ ଦ୍ୱାରା ତ୍ୱରିତ, ସମ୍ପର୍କହୀନ, ଡିଜିଟାଲ ନେଣଦେଣ ହୋଇପାରିବ, ଯାହା ସୁଖଦ ଅନୁଭୂତି ପ୍ରଦାନ କରିବ ।