ଆତଙ୍କୀ ମୁର୍ତଜାକୁ ଫାଶୀ ଦଣ୍ଡାଦେଶ
ଅଭିଯୁକ୍ତଙ୍କ ନିକଟରୁ ଊର୍ଦ୍ଦୁଭାଷାରେ ଲିଖିତ ଧାର୍ମିକ ପୁସ୍ତକ ଜବତ କରାଯାଇଥିଲା…
ଲକ୍ଷେ୍ନø: ଗୋରେଖନାଥ ମନ୍ଦିର ଉପରେ ହମ୍ଲା ଅଭିଯୋଗରେ ଏନ୍ଆଇଏ/ଏଟିଏସ୍ କୋର୍ଟ ଆତଙ୍କୀ ମୁର୍ତଜାକୁ ଦୋଷୀ ପ୍ରମାଣିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ଏପ୍ରିଲ ୪ ତାରିଖରେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପିଏସି ଜବାନଙ୍କ ହାତରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା । ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ ବିବେକାନନ୍ଦ ଶରଣ ତ୍ରିପାଠୀ ସୋମବାର ଶୁଣାଣି କରିଥିଲେ । ୨୦୨୨ ଏପ୍ରିଲ ୪ ତାରିଖ ଦିନ ଗୋରେଖନାଥ ଥାନାରେ ଦାଖଲ କରାଯାଇଥିବା ରିପୋର୍ଟ ମୁତାବକ ଅଭିଯୁକ୍ତ ମୁର୍ତଜା ମନ୍ଦିର ସୁରକ୍ଷା ଦାୟିତ୍ୱରେ ମୁତୟନ ଜବାନ ଅନିଲ କୁମାର ପାଶୱାନଙ୍କୁ ହଠାତ୍ ଫାର୍ଶାରେ ଚୋଟ ପକାଇଥିଲା ।
ଆହୁରି ପଢ଼ନ୍ତୁ...
ଅନିଲ ଗୁରୁତର ଆହତ ହୋଇଥିଲେ । ଅନିଲଙ୍କ ହାତରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲା ମୁର୍ତଜା । ବନ୍ଧୁକଟି ସଡ଼କ ଉପରେ ପଡ଼ିଯାଇଥିଲା । ଅନିଲଙ୍କୁ ବଂଚାଇବା ପାଇଁ ଅନ୍ୟ ଜଣେ ଜବାନ ଘଟଣାସ୍ଥଳକୁ ମାଡ଼ି ଆସିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ମଧ୍ୟ ଫାର୍ଶାରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ କାର୍ଯ୍ୟରତ କିଛି ପୁଲିସ କର୍ମଚାରୀ କୌଣସିମତେ ତାକୁ କାବୁ କରିଥିଲେ । ପୁଲିସ କବଳରେ ରହି ମୁର୍ତଜା ‘ଆଲ୍ଲାହ ହୁ ଆକବର’, ‘ନାରା-ଏ-ତକବୀର’ ସ୍ଲୋଗାନ ଦେଇଥିଲା । ଜଣେ ଜବାନ ମୁର୍ତଜାଙ୍କୁ ହାତକୁ ବାଉଁଶରେ ପାହାରେ ପକାଇଥିଲେ । ଅଭିଯୁକ୍ତଙ୍କ ନିକଟରୁ ଊର୍ଦ୍ଦୁଭାଷାରେ ଲିଖିତ ଧାର୍ମିକ ପୁସ୍ତକ ଜବତ କରାଯାଇଥିଲା ।