ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ପ୍ରଗତି ଓ ଦରିଦ୍ର ସେବା ପାଇଁ ତାଙ୍କ ଉଦ୍ୟମକୁ ଆମେ କେବେ ଭୁଲି ପାରିବା ନାହିଁ….
ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଜାତୀୟ ପ୍ରଗତି ଓ ଦରିଦ୍ର ସେବା ପାଇଁ ତାଙ୍କ ଉଦ୍ୟମକୁ ଆମେ କେବେ ଭୁଲି ପାରିବା ନାହିଁ । ତାଙ୍କ ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରେରିତ ହୋଇ, ବିକାଶର ସୁଫଳ ବଞ୍ଚିତ ଓ ଦଳିତଙ୍କ ନିକଟରେ ପହଞ୍ଚାଇବା ସୁନିଶ୍ଚିତ କରିବାକୁ ଆମେ ଦିନରାତି କାମ କରୁଛୁ ।”