ରାଜ୍ୟରେ ୧୩୮୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୮୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୯୧ ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ ମୋଟା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୩ହଜାର ୨୧୪କୁ ବୃଦ୍ଧି ପାଇଛି।

୩୦ଟି ଜିଲ୍ଲାରୁ ଚିହ୍ନଟ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେହିପରି ଅନୁଗୁଳ ଜିଲ୍ଲାରୁ ୬୦, ବାଲେଶ୍ବର ଜିଲ୍ଲାରୁ ୫୯, ବରଗଡ଼ ଜିଲ୍ଲାରୁ ୭୧, ଭଦ୍ରକରୁ ୫୨, ବଲାଙ୍ଗୀର ଜିଲ୍ଲାରୁ ୭୦, ବୌଦ୍ଧ ଜିଲ୍ଲାରୁ ୭, ଦେବଗଡ଼ରୁ ୯, ଢେଙ୍କାନାଳ ଜିଲ୍ଲାରୁ ୨୦, ଗଜପତିରୁ ୪, ଗଞ୍ଜାମ ଜିଲ୍ଲାରୁ୧୧, ଜଗତସିଂହପୁର ଜିଲ୍ଲାରୁ ୫୩, ଯାଜପୁର ଜିଲ୍ଲାରୁ ୪୬, ଝାରସୁଗୁଡ଼ା ଜିଲ୍ଲାରୁ ୩୫, କଳାହାଣ୍ଡି ଜିଲ୍ଲାରୁ ୨୭, କନ୍ଧମାଳ ଜିଲ୍ଲାରୁ ୧୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୦, କେନ୍ଦୁଝର ଜିଲ୍ଲାରୁ ୪୯, କୋରାପୁଟ ଜିଲ୍ଲାରୁ ୧୩, ମାଲକାନଗିରି ଜିଲ୍ଲାରୁ ୨୫, ମୟୂରଭଞ୍ଜ ଜିଲ୍ଲାରୁ ୫୫, ନବରଙ୍ଗପୁର ଜିଲ୍ଲାରୁ ୨୪, ନୟାଗଡ଼ ଜିଲ୍ଲାରୁ ୨୨, ନୂଆପଡ଼ା ଜିଲ୍ଲାରୁ ୫୯, ପୁରୀ ଜିଲ୍ଲାରୁ ୫୮, ରାୟଗଡ଼ ଜିଲ୍ଲାରୁ ୧୦, ସମ୍ବଲପୁର ଜିଲ୍ଲାରୁ ୩୪ , ସୁବର୍ଣ୍ଣପୁର ଜିଲ୍ଲାରୁ ୩୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ୍ ୨,୭୭,୫୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୨୫୭ ରହିଛି।

ଅନ୍ୟପଟେ କରୋନାରେ ପୁଣି ୯ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।