ଭୁବନେଶ୍ୱର(ଏସ୍ ନ୍ଯୁଜ) : ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଘରେ ବସି ଥିବାବେଳେ ହୃଦ୍ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ତେବେ ଅନେକ ସୁପର ହିଟ୍ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ହିଟ ଫିଲ୍ମ ‘ଚକା ଆଖି ସବୁ ଦେଖୁଛି’, ‘ପୁଅ ମୋର କଳା ଠାକୁର’, ‘ସାଗର ଗଙ୍ଗ’ା, ‘ରୂପା ଗାଁର ସୁନା କନିଆଁ’, ‘ସତ ମିଛ’ ଭଳି ସିନେମାରେ ସେ ନିର୍ଦ୍ଦେଶନା ଛାପ ଛାଡିଛନ୍ତି । ଜୟଦେବ ସମ୍ମାନ ସହ ଅନେକ ପୁରସ୍କାର ଲାଭ କରିଥିଲେ ରାଜୁ ମିଶ୍ର । ଓଡ଼ିଆ ସହ ବିଭିନ୍ନ ଭାଷାରେ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର । ଉଲକା ଫିଲ୍ଲ ଥିଲା ତାଙ୍କ ପ୍ରଥମ ନିର୍ଦ୍ଦେଶନା । ଏହାର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ସେ ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ରାଜୁ ମିଶ୍ର ପୁରସ୍କୃତ ହୋଇଥିଲେ। ତେବେ ରାଜୁ ମିଶ୍ର ବିୟୋଗରେ ପୁରା ଓଲିଉଡରେ ଶୋଖରେ ଛାୟା ଖେଳିଯାଇଛି ।