କଟକ( ଏସ୍ ନ୍ଯୁଜ) : କୋଭିଡ୍ ଗାଇଡଲାଇନ ଅନୁଯାୟୀ କଟକରେ କାଳୀପୂଜା ପାଳିତ ହେବ। ଦୁର୍ଗାପୂଜା ଭଳି କାଳୀପୂଜାରେ ମଧ୍ୟ ୪ ଫୁଟ୍ର ମୂର୍ତ୍ତି ହେବ। ଏଥିସହ ୧୫ ପ୍ଲାଟୁନ୍ ଫୋର୍ସ ଓ ୫୦ ଅଫିସର ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ମୁତୟନ ହେବେ।

ଅସ୍ଥାୟୀ ବାଣ ଦୋକାନୀଙ୍କୁ ଲାଇସେନ୍ସ ମିଳିବ। ଏନେଇ କଟକ ଡିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସହରରେ କୋଭିଡ ସ୍ଥିତିକୁ ନଜରରେ ରଖି ଦୂର୍ଗାପୂଜା ଭଳି ଚଳିତବର୍ଷ କାଳୀପୂଜା ମଧ୍ୟ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ହେବ।
ପୂଜା କମିଟିର ସାତ ଜଣ ସଦସ୍ୟଙ୍କୁ ନେଇ କାଳୀପୂଜା କରାଯିବ। ଏହାସହ ଭସାଣୀ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବ। ପୂଜା ସମୟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୫୦ ଅଫିସରଙ୍କୁ ମୁତୟନ କରାଯିବ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅସ୍ଥାୟୀ ବାଣ ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଡିସିପି ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।