ନୂଆଦିଲ୍ଲୀ : କନ୍ନଡ଼ ଅଭିନେତା ଏଚ ଜି ସୋମଶେଖର ରାଓ ଓରଫ ସୋମନ୍ନାଙ୍କ ପରଲୋକ । ୮୬ବର୍ଷ ବୟସରେ ହୃଦଘାତରେ ସୋମନ୍ନାଙ୍କ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିଜ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ରାଓଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରି ଦେଇଥିଲେ।

ସୋମଶେଖର ସମାଜ ଶାସ୍ତ୍ରରେ ଗୋଲ୍ଡ ମେଡାଲିଷ୍ଟ ଥିଲେ। ସୋମଶେଖର ନିଜ କ୍ୟାରିୟର ଥିଏଟରରୁ ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କୁ ମାତ୍ର ୧୧ବର୍ଷ ହୋଇଥିଲା। ସେ ପାଖାପାଖି ୬୦ଟି ଫିଲ୍ମ ଏବଂ ୩୦୦ରୁ ଅଧିକ ନାଟକରେ କାମ କରିଥିଲେ। ସେ ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ସକ୍ରିୟ ଥିଲେ। ସେ ଗମ୍ଭୀର ଭୂମିକା ବ୍ୟତୀତ ହାସ୍ୟ ଶୈଳୀରେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ। ସୋମଶେଖର ରାଓ ୧୯୮୧ମସିହାରେ କନ୍ନଡ଼ ଫିଲ୍ମ ସାବିତ୍ରୀରୁ ପାଦ ଥାପିଥିଲେ ଯାହାର ନିର୍ଦେଶକ ଡିଏସ୍ ରଙ୍ଗା ଥିଲେ। ଫିଲ୍ମ ମିଥିଲେୟା ସିଥେୟାରୁରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା।