ଭୁବନେଶ୍ବର( ଏସ୍ ନ୍ଯୁଜ): ଏଣିକି ପେପରଲେସ୍ ହେବ ବିଧାନସଭା । ଅଗାମୀ ଶୀତକାଳୀନ ଅଧିବେଶନରେ ହେବ ଅନଲାଇନ ଫାଇଲ କାମ ।
ଏଥିପାଇଁ ଶୁକ୍ରବାର ଠାରୁ ଓକାକ୍ ପକ୍ଷରୁ ଟ୍ରେନିଂ ଦିଆଯିବ । ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନେ ଏହି ଟ୍ରେନିଂ ନେବେ । ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାୟକମାନେ ପ୍ରଶ୍ନ ପଚାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଓସ୍ବାସ୍ ସଫ୍ଟ ଓୱୟର ଜରିଆରେ ଏହି କାମ କରାଯି୍ବ ।
ବିଧାନସଭା ଆକାଉଣ୍ଟସ୍ ବିଭାଗ, ଅଫିସ୍ଏ ,ଷ୍ଟାବ୍ଲିସ୍ମେଣ୍ଟ୍, ସାଧାରଣ ଓ ଆନୁସଙ୍ଗିକ ବିଭାଗର କର୍ମଚାରୀଙ୍କୁ ପ୍ରଥମେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏସବୁ ବିଭାଗର ଏଏସ୍ଓ, ଏସ୍ଓ, ଡେସ୍କ୍ ଅଫିସର, ଅନୁସଚିବ, ଉପଶାସନ ସଚିବ, ସଚିବଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହା ପରେବ ବାଚସ୍ପତି ଓ ଉପବାଚସ୍ପତି ବି ଅନ୍ଲାଇନ୍ ଫାଇଲ କାମ ପାଇଁ ପ୍ରଶିକ୍ଷଣ ନେବେ । ଏଥି ପାଇଁ ମୋଟ ୮ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।
ସୂଚନାଯୋଗ୍ୟ, ନେଭା ଅପ୍ଲିକେସନ୍ ଜରିଆରେ ବିଧାନସଭାର ସଦସ୍ୟମାନଙ୍କୁ ତାରକା ଓ ଅଣତାରକା ପ୍ରଶ୍ନର ଉତ୍ତର ଯୋଗାଇ ଦିଆଯାଉଛି । ଏଥିପାଇଁ ବିଧାନସଭା ସଦସ୍ୟମାନଙ୍କୁ ଆଇପ୍ୟାଡ୍ ଯୋଗାଇ ଦିଆଯାଇଛି । ଏହି ଅର୍ଥର ୬୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ବହନ କରିବାକୁ ଥିବାବେଳେ ବାକି ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ ।
ଆସନ୍ତା ୨୦ ତାରିଖରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଶୀତ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ୍ ପ୍ରକୋପ ଜାରି ରହିଥିବାରୁ ଗତ ମୋସୁମୀ ଅଧିବେଶନରେ ଯେପରି ସାମାଜିକ ଦୂରତା ରକ୍ଷା କରି ସଦସ୍ୟମାନଙ୍କ ପାଇଁ ଗୃହରେ ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରାଯିବ । ମୌସୁମୀ ଅଧିବେଶନରେ ଯେପରି ପ୍ରଶ୍ନକାଳ ରହି ନଥିଲା ସେହିପରି ନିୟମ ଶୀତଅଧିବେଶନରେ ବି ଦେଖିବାକୁ ମିଳିପାରେ ବୋଲି ଜଣାପଡ଼ିଛି ।