ଥାନାର ଦ୍ୱାରସ୍ଥ ହେଲେ ଅନୁଭବଙ୍କ ମା ‘ ଓ ପତ୍ନୀ

କଟକ : ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ଅନୁଭବଙ୍କ ‘ମା ‘ ମଧୁସ୍ମିତା ମହାନ୍ତି। ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତି କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୬୦ ବର୍ଷ ତଳର ଘରର ମରାମତି ଆବଶ୍ୟକତା ରହିଛି। ତେଣୁ ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। କିନ୍ତୁ ବର୍ଷା ଘର ଖାଲି କରିବାକୁ ରାଜି ନଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଅଭିନେତ୍ରୀ ବର୍ଷା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଘରୁ ତଡ଼ିଦେବାକୁ ଚକ୍ରାନ୍ତ କରାଯାଉଛି। ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁହାଯାଉଥିବା ବର୍ଷା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ତେଣୁ ପୁଲିସ୍ ଘରକୁ ଆସି ତଦନ୍ତ କରିବାକୁ ଉଭୟ ଦାବି କରିଛନ୍ତି।