ବସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବସବେଶ୍ୱରଙ୍କୁ ନମନ କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ, ବସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବସବେଶ୍ୱରଙ୍କୁ ନମନ କରିଛନ୍ତି । ଶ୍ରୀ ମୋଦୀ ଜଗଦଗୁରୁ ବସବେଶ୍ୱରଙ୍କ ସମ୍ପର୍କରେ ନିଜର ଭାବନା ଏକ ଭିଡିଓ କ୍ଲିପ ମାଧ୍ୟମରେ ଶେୟାର କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଜି, ବସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବସବେଶ୍ୱରଙ୍କୁ ନମନ କରୁଛି, ଯାହାଙ୍କ ବିଚାର ଓ ଆଦର୍ଶ ଆମକୁ ମାନବ ସମାଜରେ ସେବା ପାଇଁ ପ୍ରେରିତ କରୁଛି । ଦଳିତ ସଶକ୍ତିକରଣ ଓ ଏକ ଦୃଢ ଏବଂ ସମୃଦ୍ଧ ସମାଜ ନିର୍ମାଣ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।”

ଶ୍ରୀ ମୋଦୀଙ୍କ ଦ୍ୱାରା ନଭେମ୍ବର ୨୦୧୫ରେ ଲଣ୍ଡନ ଠାରେ ଜଗଦଗୁରୁ ବସବେଶ୍ୱରଙ୍କ ପ୍ରତିମୂର୍ତ୍ତି ଅନାବରଣ ସମ୍ପର୍କରେ ସାଂସଦ ଶ୍ରୀ ଶିବକୁମାର ଉଦାସୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଜଗଦଗୁରୁ ବସବେଶ୍ୱରଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଆମେ ସଦା ଅନୁସରଣ କରିବା ।

ତାଙ୍କୁ ନମନ କରିବାର ଅନେକ ଅବସର ପାଇ ନିଜକୁ ଗୌରବାନ୍ୱିତ ମନେ କରୁଛି ।”