ମନ୍ କୀ ବାତ୍ ଉପରେ ଜାପାନ ଦୂତାବାସର ବାର୍ତ୍ତାର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

ଭାରତରେ ଜାପାନ ଦୂତାବାସ ପକ୍ଷରୁ ମନ୍ କୀ ବାତର ୧୦୦ ତମ ଅଧ୍ୟାୟ ଉପରେ ଟୁଇଟ କରାଯାଇଥିଲା । ଏହି ଅବସରରେ ଜାପାନ ଦୂତାବାସ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଏକ ସନ୍ଦେଶକୁ ‘ମନ୍ କୀ ବାତ: ଏ ସୋସିଆଲ ରିଭୋଲ୍ୟୁସନ ଅନ୍ ରେଡିଓ’ ପୁସ୍ତକର ପ୍ରସ୍ତାବନାରେ ମନେ ପକାଇଥିଲା ।

ଦୂତାବାସ ମନ୍ କୀ ବାତର ୮୯ତମ ଅଧ୍ୟାୟକୁ ମଧ୍ୟ ମନେ ପକାଇଥିଲା ଯେଉଁଥିରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଜାପାନ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିଥିଲେ ଏବଂ ଏସୀୟ ଦେଶଗୁଡ଼ିକରେ ମହାଭାରତ ଓ ରାମାୟଣ ମଞ୍ଚସ୍ଥ କରିଥିବା ଜାପାନ କଳାକାରଙ୍କ କଥା କହିଥିଲେ ।

ଏହି ଏକାଧିକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଏପରି ସହୃଦୟ ଶବ୍ଦ ଏବଂ ମୋର ବନ୍ଧୁ ସ୍ୱର୍ଗତଃ ଶ୍ରୀ ଶିଞ୍ଜୋ ଆବେଙ୍କୁ ମନେ ପକାଇଥିବାରୁ ଧନ୍ୟବାଦ’ ।