ଅହମ୍ମଦାବାଦ : ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ଚଳିତ ଆଇପିଏଲ୍ର ପ୍ଲେଅଫ୍ ଖେଳିବା ପ୍ରାୟ ନିଶ୍ଚିତ କରିଛି। ୧୧ଟି ମ୍ୟାଚ୍ରୁ ଗୁଜରାଟ ୮ଟି ଜିତି ୧୬ ପଏଣ୍ଟ ସହ ଶୀର୍ଷରେ ରହିଛି। ପୁଣି ଏହାର ନେଟ୍ ରନ୍ରେଟ୍ ୦.୯୫୧ ସର୍ବାଧିକ ଅଛି।
ରବିବାର ଋଦ୍ଧିମାନ ଶାହା ଓ ଶୁବ୍ମାନ ଗିଲ୍ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସକୁ ୫୬ ରନ୍ରେ ଗୁଜରାଟ ପରାସ୍ତ କରିଛି। ପରେ କାଏଲ୍ ମେୟର୍ସ ଓ କ୍ବିଣ୍ଟନ୍ ଡି କକ୍ଙ୍କ ବିସ୍ଫୋରକ ଇନିଂସ ସତ୍ତ୍ବେ ଲକ୍ଷ୍ନୌ ୭ ୱିକେଟରେ ୧୭୧ ରନ୍ କରି ପାରିଥିଲା। ୧୧ଶ ମ୍ୟାଚ୍ରୁ ୫ମ ପରାଜୟ ପରେ ଲକ୍ଷ୍ନୌ ୧୧ ପଏଣ୍ଟରେ ରହିଛି।