ପ୍ରତିଦିନ ଗୋଟିଏ ନାସପାତି ଖାଇଲେ ଓଜନ କମିଥାଏ। ଏହାକୁ ନିୟମିତ ବ୍ୟବହାର କଲେ ଶରୀରରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ମେଦ ହ୍ରାସ ପାଇଥାଏ। ପ୍ରତିଦିନ ନାସପାତି ଖାଉଥିବା ବୟସ୍କ ଲୋକେ ଖାଦ୍ୟ, ପଚନ, ପୋଷକ ତତ୍ତ୍ୱର ଗୁଣ ଓ ହୃଦ୍ ସମ୍ପର୍କିତ ରୋଗର ବିଶ୍ଲେଷଣ କରାଯାଇଥିଲା।
ନାସପାତିରେ ଶରୀରରେ ଓଜନ କମ୍ କରିବାର ଗୁଣ ରହିଛି। ନାସପାତି ଫ୍ୟାଟ୍ , କୋଲେଷ୍ଟରଲ୍ ଓ ସୋଡ଼ିୟମ୍ ଫ୍ରି ତତ୍ତ୍ୱ ରହିଛି। ଏହାସହିତ ଏଥିରେ ଭିଟାମିନ୍ ସି, ମ୍ୟାଗ୍ନନେସିୟମ୍, କପୋର୍ ଓ ପୋଟାସିୟମ୍ ଭରପୁର ମାତ୍ରାରେ ରହିଛି। ନାସପାତି ଖାଇବା ଅଧିକ ଓଜନ ଲାଗି ଚିନ୍ତାରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ।