ତ୍ୱଚା ତେଲିଆ ଓ ମୁହଁରେ ବ୍ରଣ ହେଉଥିଲେ, ପାଚିଲା ଅମୃତଭଣ୍ଡା ବଟା, ଚନ୍ଦନ ପାଉଡର କିମ୍ବା ମୁଲତାନି ମାଟି, ମହୁକୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ।
ଏହାକୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍ ବ୍ୟବହାର କରିବାଦ୍ୱାରା ଆପଣଙ୍କ ତ୍ବଚାର ତେଲିଆ ପଣ କମିଯିବ, ବ୍ରଣ ସମସ୍ୟା ଦୂର ହେବ ଏବଂ ମୁହଁ ଉଜ୍ବଳ ଦେଖାଯିବ।
ମୁହଁ ପାଇଁ ମହୁ ଖୁବ୍ ଲାଭଦାୟକ ହୋଇଥାଏ। ମାତ୍ର ଗୋଟିଏ ବୁନ୍ଦା ମହୁ ଆଣି ସେଥିରେ ସାମାନ୍ୟ ଗୋଲାପ ଜଳ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।