କେନ୍ଦୁଝର:କେନ୍ଦୁଝର ସହର ର ବିଭିନ୍ନ ସ୍ଥାନରେ ବିପ୍ଲବୀ ଧରଣୀଧର ନାଏକ ଙ୍କ ପୁଣ୍ୟତିଥି ପାଳନ କରାଯାଇଛି।ଏହି ଅବସର ରେ ଆଜି ଭୁୟାଁ ସଂଗଠନ କେନ୍ଦୁଝର ପକ୍ଷରୁ ଗାନ୍ଧୀଛକ ସ୍ଥିତ ଧରଣୀଧର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରରେ ସଂଗଠନର ସଭାପତି ଶ୍ରୀ ହରିଶଙ୍କର ନାଏକ,ସଂମ୍ପାଦକ ଶ୍ୟାମସୁନ୍ଦର ନାଏକ,କାର୍ଯ୍ୟକାରୀ ସଭାପତି ଭାଷ୍କର ଚନ୍ଦ୍ର ଅମାନ୍ତ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ନାଏକ,ବରିଷ୍ଠ ଉପଦେଷ୍ଟା କାଙ୍ଗାଳି ଚରଣ ନାଏକ,ତ୍ରିଲୋଚନ ନାଏକ,ଲକ୍ଷ୍ମୀଧର ନାଏକ,ରଜତ କୁମାର ନାଏକ,ଅଶ୍ବସ୍ତ କୁମାର ନାଏକ,ବନମାଳି ନାଏକ,ଚତୁର୍ଭୁଜ ନାଏକ,ପ୍ରାଣ ବଲ୍ଲଭ ନାଏକ,ସଞ୍ଜୟ ଶେଖର ଗିରି ପ୍ରମୁଖ ଉପସ୍ଥିତଥିଲେ।ପରେ ପରେ ସଂଗଠନ କାର୍ଯ୍ୟାଳୟ ରେ ଧରଣୀଧର ଙ୍କ ସ୍ମୃତି ଚାରଣ କରାଯାଇଥିଲା।ସଭାପତି ହରିଶଙ୍କର ନାଏକ ଙ୍କ ସଭାପତିତ୍ବରେ ଏକ ଵୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟାଗଣ ବିପ୍ଲବୀ ଧରଣୀଧର ଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।କେନ୍ଦୁଝର ଜିଲ୍ଲା ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।
Prev Post