ନୂଆଦିଲ୍ଲୀ : ପ୍ରଶାନ୍ତ ମହାସାଗରରେ ଅନୁଭବ ହୋଇଛି ତୀବ୍ର ଭୂକମ୍ପ। ଏହି ଭୂକମ୍ପ ଝଟକା ପରେ ବାନୁଅତୁର ସମସ୍ୟା ବଢି ଯାଇଛି। ୭.୭ ତିବ୍ରତାରେ ଆସିଥିବା ଏହି ଭୂକମ୍ପ କାରଣରୁ ସହରରେ ସୁନାମି ପରିସ୍ଥିତି ସୃଷ୍ଟି ହୋଇଛି। ବାନୁଅତୁର ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଛି। ସୁନାମି ସମୟରେ ବଡ ଧରଣର ଜୁଆର ଆସିବାର ସମ୍ଭାବନା ରହିଛି ।