ମରଣ ମୁହଁରୁ ବଂଚିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର
ୟୁପିର ସାହାରନପୁର ଇଲାକାରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗୁଳିମାଡ଼ର ଶିକାର ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ସେ ଏବେ ସୁସ୍ଥ ଥିବା ପୁଲିସ କହିଛି । ଦେଓବନ୍ଦ ନିକଟରେ ଆଜାଦଙ୍କ କାର ପଟୁଆର ଯାଉଥିବା ଦେଖି କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହୁରି ପଢ଼ନ୍ତୁ… ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା […]
ୟୁପିର ସାହାରନପୁର ଇଲାକାରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗୁଳିମାଡ଼ର ଶିକାର ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ସେ ଏବେ ସୁସ୍ଥ ଥିବା ପୁଲିସ କହିଛି । ଦେଓବନ୍ଦ ନିକଟରେ ଆଜାଦଙ୍କ କାର ପଟୁଆର ଯାଉଥିବା ଦେଖି କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ଆଜାଦ ସାହାରନପୁରରୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣକାରୀଙ୍କ ଭିତରୁ କେତେକଙ୍କୁ ଜାଣିଥିବା କଥା କହିଛନ୍ତି ଆଜାଦ । ଆଜାଦ ବସିଥିବା କାରରେ ୫ ଜଣ ବସିଥିଲେ । ଆଜାଦଙ୍କ ସାନଭାଇ କାର ଭିତରେ ଥିଲେ ମଧ୍ୟ ସୁରକ୍ଷିତ ଅଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।