ଘରର ବାତାବରଣ ଶୁଦ୍ଧ ପାଇଁ ଶ୍ରାବଣରେ ଘରକୁ ଆଣନ୍ତୁ ଏହି ଜିନିଷ..
To purify the atmosphere of the house
Shravana
ଶ୍ରାବଣ ମାସ ସନାତନ ଧର୍ମରେ ଭଗବାନ ଶଙ୍କରଙ୍କ ମାସ ବୋଲି ପରିଗଣିତ। ସତ୍ୟନିଷ୍ଠର ସହ ଭଗବାନ ଶଙ୍କରଙ୍କୁ ଶ୍ରାବଣରେ ପୂଜାର୍ଚ୍ଚନା କଲେ ସକଳ ମନସ୍କାମନା ପୂରଣ ହୋଇଥଏ। ଭଗବାନ ଶିବଙ୍କୁ ବେଲପତ୍ର, ଶମିପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ।
ଘରକୁ ଶ୍ରାବଣ ସୋମବାରରେ ଗଙ୍ଗାଜଳ ନିଶ୍ଚୟ ଆଣନ୍ତୁ। ଏହି ଗଙ୍ଗାଜଳକୁ ଭଗବାନ ଶଙ୍କରଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ତଥା ଭାଗ୍ୟରେ ସୁପରିବର୍ତ୍ତନ ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଗଙ୍ଗାଜଳ ରଖିବା ଖୁବ ଶୁଭ, ଏହାକୁ ଘରେ ପୂଜା ସ୍ଥାନରେ ସର୍ବଦା ରଖନ୍ତୁ।
ସେହିପରି ମଧ୍ୟ ଆପଣ ନକରାତ୍ମକ ଶକ୍ତି,ଭାଗ୍ୟରେ ସୁପରିବର୍ତ୍ତନ,ଧନସମ୍ପତ୍ତି ବୃଦ୍ଧି ସହ ଅଭାବ ଦୂର ପାଇଁ ଶ୍ରାବଣରେ ଘରକୁ ରୁଦ୍ରାକ୍ଷ ଆଣନ୍ତୁ। ଏହାକୁ ପୂଜା ସ୍ଥାନରେ ରଖି ପୂଜା କରିବା ସହ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଧାରଣ କରନ୍ତୁ। ଏହାଦ୍ୱାରା ଜୀବନ ସୁଖମୟ ହୋଇଥାଏ।