ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ୩ୟ ଦିନିକିଆ ମ୍ୟାଚ୍‌

ନୂଆଦିଲ୍ଲୀ : ଆଜି ଭାରତ- ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ମ୍ୟାଚ୍‌ । ସଂପ୍ରତି ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଥିବାରୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ ଭାରତ ସହଜରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ୬ ୱିକେଟ୍‌ରେ ଭ୍ରମଣକାରୀ ଦଳକୁ ମାତ୍‌ ଦେଇଥିଲା। ଦ୍ବିତୀୟ ଦିନିକିଆ ପରାଜୟ ପରେ ଭାରତର ବିଶ୍ବକପ୍‌ ପ୍ରସ୍ତୁତି ନେଇ ପ୍ରଶ୍ନ ଉଠିଥିଲା। ଶେ‌ଷ ଦିନିକିଆ ଜିତି ସମାଲୋଚକଙ୍କୁ ଉଚିତ ଜବାବ ଦେବାକୁ ଚାହିବ ଭାରତ।