ୱେଷ୍ଟଇଣ୍ଡିଜ୍‌କୁ ୯ ୱିକେଟରେ ପରାସ୍ତ କଲା ଭାରତ

ଲୌଡରହିଲ୍‌ : ଶନିବାର ଫ୍ଲୋରିଡ଼ାରେ ଖେଳା ଯାଇଥିବା ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟ୍‌ରେ ପରାସ୍ତ କରିଛି ଭାରତ। ୦-୨ରେ ପଛୁଆ ଥିବା ସତ୍ତ୍ବେ କ୍ରମାଗତ ୨ୟ ବିଜୟ ହାସଲକରି ଭାରତ ୫ ମ୍ୟାଚ୍‌ର ଶୃଙ୍ଖଳାକୁ ୨-୨ ସ୍ଥିତିକୁ ଆଣିପାରିଛି।

ସିମ୍ରନ୍ ହେତ୍‌ମେୟରଙ୍କ ଅର୍ଦ୍ଧଶତକ ଓ ସୈ ହୋପ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‌ ୮ ୱିକେଟରେ ୧୭୮ ରନ୍‌ କରିଥିଲା। ପରେ ଯଶସ୍ବୀ ଓ ଗିଲ୍‌ଙ୍କ ପ୍ରହାର ବଳରେ ୧୭ ଓଭରରେ ୧ ୱିକେଟ ହରାଇ ଜିତିଥିଲା। ରବିବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ନିର୍ଣ୍ଣାୟକ ୫ମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।