ଆମାଜାନ ଉପରେ ବିକ୍ରେତାଙ୍କ ତଥ୍ୟ ଚୋରି କରୁଥିବା ଅଭିଯୋଗ
FILE - In this Thursday, April 16, 2020 file photo, a logo at the entrance of Amazon, in Douai, northern France. European Union regulators on Tuesday, Nov. 10, 2020 have filed antitrust charges against Amazon, accusing the e-commerce giant of using data to gain an unfair advantage over merchants using its platform. (AP Photo/Michel Spingler, File)
ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜାନର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆମାଜାନ ନାମରେ ପୁଣି ଏକ ଅଭିଯୋଗ ହୋଇଛି। ଆମାଜନ ନିଜ ଗ୍ରାହକଙ୍କ ତଥ୍ୟକୁ ଭୁଲ ବା ବେଆଇନ୍ ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଆମାଜନ ବିରୋଧରେ ଏହି ଅଭିଯୋଗ ଆଣିଛି ୟୁରୋପିଆନ୍ ୟୁନିଅନ୍ । ଯଦି ଏହି ଅଭିଯୋଗ ସତ ହୋଇଥାଏ ତେବେ ଆମାଜାନକୁ ୧.୩୮ ଲକ୍ଷ କୋଟି ଟଙ୍କାର ଜୋରିମାନା ଦେବାକୁ ପଡିପାରେ ।
ୟୁରୋପିଆନ୍ ୟୁନିଅନ୍ କହିଛି ଯେ ଇ-କମର୍ସ କମ୍ପାନୀ ଏହାର ପ୍ଲାଟଫର୍ମକୁ ବ୍ୟବହାର କରି ବିକ୍ରେତା ବ୍ୟବସାୟୀଙ୍କ ତଥ୍ୟକୁ ବେଆଇନ୍ ଭାବରେ ବ୍ୟବହାର କରୁଛି। ଆମାଜନ ବିକ୍ରେତାଙ୍କ ତଥ୍ୟକୁ ନିଜ ମାର୍କେଟରେ ବ୍ୟବହାର କରି ବିକ୍ରି ବୃଦ୍ଧି କରିବାକୁ ଚେଷ୍ଟା କରିବା ବେଆଇନ୍। ଏବେ ୟୁରୋପିଆନ୍ ୟୁନିଅନ୍ ଏହାର ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଆମାଜନ ଏହି ଅଭିଯୋଗକୁ ଖଣ୍ଡନ କରିଛି।
ଅନ୍ୟପଟେ ହିନ୍ଦୁ ସମୁଦାୟର ଧାର୍ମିକ ଭାବନାକୁ ଆଘାତ କରୁଥିବା ନେଇ ସୋସିଆଲ୍ ମିଡିଆରେ ‘ବୟକଟ୍ ଆମାଜନ୍’ ଅଭିଯାନ ଜୋରଦାର ଜୋରଦାର ହେଉଥିବା ଦେଖିବାକୁ ମିଳୁଛୁ ।