ଆଦିତ୍ୟଙ୍କୁ କରାଯାଇନି ହତ୍ୟା: କ୍ରାଇମବ୍ରାଞ୍ଚ


ଭୁବନେଶ୍ୱର(ଏସ୍ ନ୍ୟୁଜ): ବହୁ ଚର୍ଚ୍ଚିତ ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆମୋଡ। ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ଜନିତ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଏନେଇ ହାଇକୋର୍ଟରେ ସତ୍ୟପାଠ କରି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ସତ୍ୟପାଠରେ ହତ୍ୟାର କୌଣସି ପ୍ରମାଣ ନଥିବା ଉଲ୍ଲେଖ ରଖିଛି । ଆସନ୍ତା ୨୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଥାଉକି, ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯିବା ପରେ ରେଳଧାରଣାରେ ପିଙ୍ଗିଦିଆଯାଇଛି ତାହା ସ୍ପଷ୍ଟ ହୋଇପାରିନଥିଲା ।