ଜନଧନ ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ ଧନ ଆକାଉଣ୍ଟରେ ଉଲ୍ଲେଖନୀୟ ଉପଲବ୍ଧିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଜନ ଧନ ଆକାଉଣ୍ଟ ସଂଖ୍ୟା ୫୦ କୋଟି ଟପିଛି ।

ଏହି ଆକାଉଣ୍ଟଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ଆମ ନାରୀ ଶକ୍ତିଙ୍କର ଦେଖି ଆହୁରି ଖୁସି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପିଆଇବି ଇଣ୍ଡିଆର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି । ଏହା ଦେଖି ଖୁସି ଯେ ଏହି ଆକାଉଣ୍ଟଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ଆମ ନାରୀଶକ୍ତିଙ୍କର । ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳରେ ୬୭% ଆକାଉଣ୍ଟ ଖୋଲାଯାଇଥିବାବେଳେ ଆମେ ସୁନିଶ୍ଚିତ କରୁଛୁ ଯେ ଆର୍ଥିକ ଅନ୍ତର୍ଭୂକ୍ତିକରଣର ଲାଭ ଆମ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିବ’ ।