ଖଜୁରୀରେ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ପ୍ୟାକ୍ ହୋଇ ରହିଥାଏ । ଏହା ଫାଇବରର ଏକ ଉତ୍ତମ ଉତ୍ସ ମଧ୍ୟ । ସେହିପରି ଏଥିରେ ପ୍ରାକୃତିକ ସୁଗାର ଅଧିକା ରହିଥାଏ । ଏହି କାରଣରୁ ଏହାକୁ ଖାଇବା ପରେ ମିଠା ଖାଇବା ଅନୁଚିତ।
ଏହା ଛଡା ହାଡ ମଜବୁତ କରିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ଖଜୁରୀ । ଏଭଳି ଏଥିରେ ଅନେକ ପରିମାଣରେ ଲାଭ ରହିଛି ଯାହାକୁ ନେଇ ଖାଦ୍ୟପେୟ ବିଷୟରେ ସଚେତନ ହେବା ଉଚିତ୍ । ଏହା ସହ ଆମର ପ୍ରତ୍ୟେକ ଦିନର ମିଲରେ ଖଜୁରୀକୁ ଯୋଡି ରଖିବା ନିହାତି ଦରକାର ।
ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ ରହିଥାଏ । ସେହିପରି ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭ ଏମଜି, ମାଙ୍ଗାନିଜ ୦.୩ ଏମଜି ଏବଂ କପର ୦.୪ ଏମଜି ରହିଥାଏ ।