Asia Cup 2023: ଆଜି ଅଧାରୁ ଖେଳାଯିବ ଭାରତ-ପାକ୍ ମ୍ୟାଚ୍

ନୂଆଦିଲ୍ଲୀ: ଏସିଆ କପ୍ -୨୦୨୩ର ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଢାଙ୍କି ହୋଇ ରହିଛି । ଚଳିତ ଏସିଆ କପ୍ ସୁପର୍‌ ଫୋର୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ୨୪.୧ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍‌ କରି ଦୃଢ଼ ସ୍ଥିତିରେ ଥିବାବେଳେ ବର୍ଷା ଓ ଓଦା ପଡ଼ିଆ କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ସୋମବାର ଭାରତ ସେହି ଅଧା ପାଳି ୨୪.୧ ଓଭର ଠାରୁ ହିଁ ପୁନଃ ଖେଳିବ।