ଆଜିଠୁ ବିଶ୍ବକପ୍‌ ଆରମ୍ଭ

ଅହମଦାବାଦ: ଗୁରୁବାରଠାରୁ ଆରମ୍ଭ ହେବ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ। ଦିନିକିଆ ବିଶ୍ୱକପ ୨୦୨୩ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ୨୦୧୯ ଫାଇନାଲରେ ହାରିଥିବା ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ସମୟ ଦିନ ୧.୩୦ରେ ଏହି ମ୍ୟାଚ ଆରମ୍ଭ ହେବ।