ଅଭିନେତ୍ରୀ ତଥା ରାଜନେତା ଜୟାବଚ୍ଚନଙ୍କ ମା’ ଓ ଅମିତାଭ ବଚ୍ଚନଙ୍କ ଶାଶୁ ମା’ ଇନ୍ଦିରାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କର ପେସମେକର ସର୍ଜରୀ କରାଯିବ ।
ହାର୍ଟବିଟ୍ ନିୟନ୍ତ୍ରଣ କରିବା ପାଇଁ ପେସମେକର ଅଥବା କାର୍ଡିୟାକ୍ ପେସିଙ୍ଗ ଡିଭାଇସ୍ ଲଗାଯାଏ । ଜୟା ବଚ୍ଚନ ‘ଦ ଆର୍ଚିଜ’ ପ୍ରିମିୟରକୁ ଯାଇଥିଲେ । ଉକ୍ତ ଚଳଚ୍ଚିତ୍ରରେ ତାଙ୍କ ନାତି ଅଗସ୍ତ୍ୟ ନନ୍ଦା ଅଭିନୟ ଦୁନିଆକୁ ପ୍ରବେଶ କରିଛନ୍ତି।