ପିଲାଙ୍କ ଭବିଷ୍ୟତ ସହିତ ଖେଳ: ଆଖି ବୁଜିଛନ୍ତି ନବୀନ-ମୋଦି
ଭୁବନେଶ୍ୱର: ନ୍ୟାସନାଲ ଆସେସମେଂଟ୍ ଆଣ୍ଡ୍ ଆକ୍ରିଡିଏସନ୍ ଯାହାର ସଂକ୍ଷିପ୍ତ ନାମ ‘ନାକ୍’ । ଏହି ‘ନାକ’ ସଂସ୍ଥାଟିକୁ ଦାୟିତ୍ୱ ଦିଆଯାଇଛି ଶିକ୍ଷାନୁଷ୍ଠାନର ମୂଳଦୁଆଟିର ଗନ୍ଧ ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ କରି ‘ଏପ୍ଲସପ୍ଲସ’ ଗ୍ରେଡ୍ ଦେବାକୁ । କିନ୍ତୁ ‘ନାକ’ର ସଭ୍ୟମାନେ ଶିକ୍ଷାନୁଷ୍ଠାନର ମୂଳଦୁଆକୁ ଶୁଙ୍ଘିବା ବଦଳରେ ଆଉ କିଛି ଜିନିଷକୁ ଶୁଙ୍ଘି ‘ଏପ୍ଲସପ୍ଲସ’ ଗ୍ରେଡ୍ ଦେଇଛନ୍ତି ।
ପରିଣାମ ସ୍ୱରୂପ ଛୋଟ କ୍ୟାମ୍ପସ୍ରେ ପରିଚାଳିତ ଶିକ୍ଷାନୁଷ୍ଠାନ, ସ୍ଥାୟୀ ଅଧ୍ୟାପକ ଅଧ୍ୟାପିକା ନଥିବା ଶିକ୍ଷାନୁଷ୍ଠାନ, ନିମ୍ନମାନର ଶିକ୍ଷା ବ୍ୟବସ୍ଥାକୁ ଆଦରି ନେଇଥିବା ଏକାଧିକ ଶିକ୍ଷାନୁଷ୍ଠାନକୁ ପିଲାଙ୍କ ଜୀବନ ସହିତ ଖେଳିବାକୁ ଅନୁମତି ଦେଇଛି ନାକ୍ ।ନାକ’ର ନିରପେକ୍ଷତା ପ୍ରତି ବହୁ ବୁଦ୍ଧିଜୀବୀ ପ୍ରଶ୍ନ କରିବାରୁ ଦ୍ୱିତୀୟ ଥର ପାଇଁ ନାକ’ ପକ୍ଷରୁ ଶିକ୍ଷାନୁଷ୍ଠାନର ମୂଳଦୁଆ ଶୁଙ୍ଘିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।