ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ ୧୬ଟି ଲୋଭନୀୟ ପ୍ରସ୍ତାବକୁ ଅନୁମୋଦନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ଚାଷୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଧନ କ୍ଷମତାସୀନ ଦଳ ପାଇଁ ଲାଭଦାୟକ ପ୍ରମାଣିତ ହେବାକୁ ଯାଉଛି ।

ସୂଚନା ମୁତାବକ, ଓଡ଼ିଶାରୁ ସେମିକଣ୍ଡକ୍ଟର ନିର୍ମାଣ କରିବା ପାଇଁ ଉଦାର ନୀତି ୨୦୨୩ରେ ସାମାନ୍ୟ ସଂଶୋଧନ କରାଯାଇଛି । ଏହା ପଛରେ ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକର୍ଷଣ କରିବାର ନିହିତ ସ୍ୱାର୍ଥ ରହିଛି ।

ନୂଆ-ଓ ଜରିଆରେ ଯୁବଶକ୍ତି ମନକୁ ତାଜା କରିବା ପାଇଁ ରାଜକୋଷକୁ ଖୋଲି ଦିଆଯିବ । ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍‌ କଲେଜ ଗୁଡ଼ିକରେ ଓଡ଼ିଶା ଲାବ୍‌ ଆସିଷ୍ଟାଂଟ୍‌ ପାଇଁ ନୀତି ଖସଡ଼ା ପ୍ରସ୍ତୁତ କରାଯିବ ।

ସାଗରମାଳା ପ୍ରକଳ୍ପର ଅଂଶବିଶେଷ ଭାବେ କେନ୍ଦ୍ରାପଡ଼ାର ତାଳଚୁଆ ଓ ଭଦ୍ରକର କନିନାଳୀ ମଧ୍ୟରେ ତାଳି ପକାଯିବ । ଭୂମିହୀନ ଚାଷୀଙ୍କ ଜୀବନଧାରଣ ମାନକୁ ଉନ୍ନତ କରିବାର ଯୋଜନା ରହିଛି । ଚାଷୀଙ୍କ ମନରେ ଆଧୁନିକ ଜ୍ଞାନକୌଶଳକୁ ଲୋକପ୍ରିୟତା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।