ଭଦ୍ରକ: ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧରି ବିଦ୍ୟାଳୟରୁ ଧରି ଯାଉଥିବା ଗୋଟିଏ ଅଟୋକୁ କାରଟିଏ ପିଟିବା ଫଳରେ ଅନ୍ୟୁନ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଭଦ୍ରକ-ଧାମନଗର ରାସ୍ତାର ଏକ ଚାଉଳ ମିଲ ସାମ୍ନାରେ ଘଟିଥିଲା । ଗୁରୁତର ଛାତ୍ରଛାତ୍ରୀ ବାରିକପୁର ଓ ଭଣ୍ଡାରିପୋଖରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଆହତ ପିଲାମାନେ ଧାମନଗର ଆଦର୍ଶ ବିଦ୍ୟାଳୟରେ ପଢୁଛନ୍ତି ।
କଟକର ବାଙ୍କି ଅଂଚଳରେ ଆଉ ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ କଟକ-ବାଙ୍କି ରାସ୍ତାର କୁଶପାଙ୍ଗି ନିକଟରେ ଗୋଟିଏ କଂକ୍ରିଟ୍ ମିକଶ୍ଚର ମେସିନ ଓ ବାଇକ ମୁହାଁମୁହିଁ ଧକ୍କା ଫଳରେ ଜଣେ ବାଇକ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଆଉ ଜଣକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆ ଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କଂକ୍ରିଟ୍ ମିକଶ୍ଚରଟି ବାଙ୍କି ଆଡୁ ଆସୁଥିଲା ବେଳେ ଆରୋହୀଙ୍କ ସହିତ ଆଉ ଜଣକୁ ଧରି ବାଇକଟି ଜାତମୁଣ୍ଡିଆରୁ ଯାଉଥିଲା ।