ବ୍ରିଟେନ୍‌ ସାଧାରଣ ନିର୍ବାଚନକୁ ଆଡ଼ କରିଦେଲେ ପ୍ରଧାନମନ୍ତ୍ରୀ ରୁଷି ସୁନକ

ଲଣ୍ଡନ: ଚଳିତ ବର୍ଷ ମେ’ ୨ ତାରିଖରେ ବ୍ରିଟେନରେ ସାଧାରଣ ନିର୍ବାଚନ ହେବାର ଆଶଙ୍କାକୁ ସହଜରେ ଏଡ଼ାଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ ରୁଷି ସୁନକ । ତାଙ୍କ ମତରେ ମେ’ ପ୍ରଥମ ସପ୍ତାହରେ ନିର୍ବାଚନ ସମ୍ଭବପର ନୁହେଁ; ମାତ୍ର ମେ’ ଅନ୍ତିମ ସପ୍ତାହରେ ନିର୍ବାଚନ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ଗଣମାଧ୍ୟମକୁ ରୁଷି ସୁନକ କହିଛନ୍ତି, ବହୁତ ଲମ୍ବା ବ୍ୟବଧାନ ପରେ ଆମେମାନେ ପୌର ପରିଷଦ, ନିଗମ ପ୍ରଭୃତି ଲୋକାଲ ବଡ଼ିଗୁଡ଼ିକ ପାଇଁ ନିର୍ବାଚନ କରିବାର ମଉକା ପାଇଛୁ । ତା’କୁ କୌଣସିମତେ ଏଡ଼ାଇ ଦେବା ଅନୁଚିତ ହେବ ।

ଦେଶର ପୁଲିସ ଓ ଅପରାଧିକ ତଦନ୍ତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ନିର୍ବାଚନ କରାଯିବା ନିହାତି ଦରକାର । ତେଣୁ ମେ’ ୨ ତାରିଖରେ ସେଗୁଡ଼ିକର ନିର୍ବାଚନ କରାଯିବ । ୨୦୨୫ ଜାନୁଆରୀ ଶେଷ ସୁଦ୍ଧା ବ୍ରିଟେନର ସାଧାରଣ ନିର୍ବାଚନ ଶେଷ ହେବ ।