ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବା ଫଳରେ ବିବାଦୀୟ ବିଧାୟକ ମହମ୍ମଦ ମୋକିମଙ୍କ ୨୦୨୪ ନିର୍ବାଚନ ଲଢ଼ିବାର ଆଶା କ୍ରମେ ଜୀବନ୍ତ ହୋଇଛି । ଦୁଇ ସପ୍ତାହ ତଳେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଓଡ଼ିଶା ହାଇକୋର୍ଟ ।
ନାମାଙ୍କନ ଦାଖଲ ସମୟରେ ମୋକିମ ତାଙ୍କର ଅପରାଧିକ ତଥ୍ୟ ପ୍ରଦାନ କରି ନଥିଲେ । ତା’ ସହିତ ଆହୁରି କିଛି ତଥ୍ୟ ଜଣାଇ ନଥିବା ଅଭିଯୋଗ କରାଯାଇଥିଲା ।
ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଆବେଦନର ବିଚାର କରି ହାଇକୋର୍ଟ ମୋକିମଙ୍କ ବିଧାୟକ ପଦବୀକୁ ଅସିଦ୍ଧ କରିଥିଲେ ।