ଡାଳିମ୍ବର ଲାଭଦାୟକ ଗୁଣ ଜାଣନ୍ତୁ…

ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ । ଯେଉଁମାନଙ୍କ ସ୍କିନ ଆଲର୍ଜି ସମସ୍ୟା ରହିଛି, ସେମାନେ ଡାଳିମ୍ବ ଖାଇବା ମନା । ଡାଳିମ୍ବ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଆହୁରି ବଢ଼ିଯାଇପାରେ ।
ଯେଉଁମାନଙ୍କ ନିମ୍ନ ରକ୍ତଚାପ ତଥା ଲୋ ବ୍ଲଡପ୍ରେସର ସମସ୍ୟା ରହିଛି, ସେମାନ ମଧ୍ୟ ଡାଳିମ୍ବ ଠାରୁ ଦୂରେଇ ରହିବା ଉଚିତ ।

ଡାଳିମ୍ବ ସାଧାରଣତଃ ଥଣ୍ଡା ଫଳ । ତେଣୁ ଏହା ଶରୀରରେ ରକ୍ତ ସଂଚାଳନର ଗତିକୁ ଧୀମା କରିଦେଇଥାଏ। ଏହାଦ୍ୱାରା ରକ୍ତଚାପ ଆହୁରି ନିମ୍ନସ୍ତରକୁ ଚାଲିଯାଏ, ଯାହା ଶରୀର ପାଇଁ କ୍ଷତିକାରକ । ଥଣ୍ଡା, ଜ୍ୱର ବା କାଶ ସମସ୍ୟା ଥିଲେ ଡାଳିମ୍ବ ଖାଆନ୍ତୁ ନାହିଁ । ଏହି ସମୟରେ ଡାଳିମ୍ବ ଖାଇବା ଦ୍ୱାର ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ। କୋଷ୍ଟକାଠନ୍ୟ ବା ଗ୍ୟାସ ସମସ୍ୟା ଥିଲେ ଡାଳିମ୍ବ ଠାରୁ ଦୂରେଇ ରୁହନ୍ତୁ। ଏଭଳି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ଆହୁରି ବିଗିଡି ଯାଇପାରେ ।