ଫେସ୍ ୱାଶ୍ କରିବା ଫଳରେ ଚର୍ମର ପ୍ରାକୃତିକ ତୈଳ ଅଂଶ ବାହିରି ଯାଏ। ଚର୍ମର ଉପର ଆସନ୍ତରଣ ମଧ୍ୟ ଡ୍ୟାମେଜ ହୁଏ। ଫଳରେ ଚର୍ମ ଖରାପ ହେବାକୁ ଲାଗେ। ସେଥିପାଇଁ ଆବଶ୍ୟକତା ଅନୁସାରେ ଫେସ୍ ୱାଶ୍ କରିବା ଉଚିତ୍ ।
ସକାଳେ ମୁହଁ ଧୋଇବା ହେଉଛି ଚର୍ମର ଯତ୍ନର ପ୍ରଥମ ପଦକ୍ଷେପ । ଏହା ପରେ ଆମେ ମୁହଁରେ ମଶ୍ଚରାଇଜର, ସେରମ୍ ଏବଂ ବିଭିନ୍ନ ପ୍ରକାର ମେକଅପ୍ ଲଗାଇଥାଉ। ତେଣୁ ରାତିରେ ମୁହଁ ଧୋଇବା ଜରୁରୀ, କାରଣ ଦିନର ମଇଳା ଏବଂ ତ୍ୱଚାରେ ଜମା ହୋଇଥିବା ମୃତ ଚର୍ମ କୋଷଗୁଡିକ ଦୂର ହୋଇପାରିବ ।
ମୁହଁ ଧୋଇବାର ପ୍ରଥମ ନିୟମ ହେଉଛି ଗରମ ପାଣିର ବ୍ୟବହାରଠୁ ଦୂରେଇ ରହିବା । ମୁହଁ ଧୋଇବା ପାଇଁ ଥଣ୍ଡା କିମ୍ବା ଉଷୁମ ପାଣି ବ୍ୟବହାର କରନ୍ତୁ। ଏଥି ସହିତ, ସଠିକ୍ କ୍ଲିଜର୍ ବାଛିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।