ସୁପ୍ରିମକୋର୍ଟରେ ନିଟ୍‌ ମାମଲା: ତ୍ରାହି ମିଳିଲାନି ୧୫୬୩ ଜଣ ଗ୍ରେସ୍‌ ମାର୍କଧାରୀଙ୍କୁ

ନୂଆଦିଲ୍ଲୀ: ଗୁରୁବାର ନିଟ୍‌ ପରୀକ୍ଷାରେ ଗଡ଼ବଡ଼ ମାମଲାର ବିଚାର କରିଛନ୍ତି ମାନବ୍ୟର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନୋଟିସ୍‌ ପାଇବା ପରେ କେନ୍ଦ୍ର ସରକାର ତାଙ୍କର ଜବାବ ଦାଖଲ କରିଛନ୍ତି । ଉକ୍ତ ଜବାବରେ କେନ୍ଦ୍ର ସରକାର କୋହଳ ମାର୍କ ପାଇଥିବା ୧୫୬୩ ଜଣ ପରୀକ୍ଷାର୍ଥୀଙ୍କୁ ସାନି ନିଟ୍‌ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ ବୋଲି ଜଣାଇଛନ୍ତି । ଏପରିକି ଜୁନ ୨୩ ତାରିଖରେ ନିଟ୍‌ ପରୀକ୍ଷା ଓ ୩୦ ତାରିଖରେ ଫଳାଫଳ ପ୍ରକାଶ କରାଯିବା ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇ ଦିଆଯାଇଛି ।

ନିଟ୍‌ ପରୀକ୍ଷାରେ ପେପର ଲିକ୍‌ ସଂପର୍କୀତ କୌଣସି ପ୍ରମାଣ ମିଳିନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନ୍‌ଟିଏ କମିଟି ମଧ୍ୟ କେନ୍ଦ୍ର ନିଷ୍ପତିକୁ ମାନିନେଇଛି । ଏନଟିଏ କମିଟି ବୈଠକରେ ଗ୍ରେସ ମାର୍କଧାରୀଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି । ୧୫୬୩ ଜଣ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବାକୁ ପଡ଼ିବ ।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଉଭୟ କେନ୍ଦ୍ର ସରକାର ଓ ଏନଟିଏ ମିଳିତ ଭାବେ ପରୀକ୍ଷା ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ଗ୍ରେସ୍‌ ମାର୍କ ବାଦ୍‌ ଦେଇ ବାସ୍ତବ ସ୍କୋର ଜଣାଇବାକୁ ପରାମର୍ଶ ଦେଇଛି । ୨୦୨୪ ନିଟ୍‌ ପରୀକ୍ଷାରେ ନାନା ହେରାଫେରି କରାଯାଇଥିବା ବିଷୟ କ୍ରମେ ପଦାକୁ ଆସିବା ପରେ ଦେଶର ବିଭିନ୍ନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ସୁଅ ଛୁଟିଛି ।